ଚାଷୀଙ୍କ କାମରେ ଲାଗୁନି ଖଳା ଯୋଜନା

ଚାଷୀଙ୍କ କାମରେ ଲାଗୁନି ଖଳା ଯୋଜନା

ଗଞ୍ଜାମ : ଚାଷୀଙ୍କ କାମରେ ଲାଗୁନି ସରକାରଙ୍କ ଧାନ ଖଳା ଯୋଜନା । ଯାହାଦ୍ୱାରା ରାଜରାସ୍ତାରେ ଉତ୍ପାଦିତ ଶସ୍ୟ ଅମଳ କରୁଛନ୍ତି ଚାଷୀ । ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଦୁଃଖ କଷ୍ଟରେ ଚାଷ କରିଥିବା ଧାନକୁ ଅମଳ କରିବାରେ ବ୍ୟସ୍ତ ଚାଷୀ । ଆଉ ଏହି କାର‌୍ୟ୍ୟରେ ଚାଷୀର ପୁରା ପରିବାର କରୁଛନ୍ତି ସହଯୋଗ । କିଏ ଧାନ ଗଦା କରୁଛି ତ କିଏ ବଙ୍ଗଳା ପକାଉଛି ତ ଆଉ କିଏ ଅମଳ ଧାନକୁ ଏକାଠିକରି ପାଛୁଡୁଛି ।

ରାଜ ରାସ୍ତା ଉପରେ ଗାଡ଼ି ମୋଟର ଚଳାଚଳ ସତ୍ୱେ ନିଜ କାର‌୍ୟ୍ୟ ଜାରି ରଖିଛନ୍ତି ଚାଷୀ । ଆଉ ରାସ୍ତା ପାଲଟିଛି ଚାଷୀଙ୍କ ଲାଗି ଧାନ ଖଳା । ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ।

କେବଳ ଧାନ ନୁହଁ ଅନ୍ୟାନ୍ୟ ଫସଲ ମଧ୍ୟ ରାଜ ରାସ୍ତାରେ ଚାଷୀ ଅମଳ କରୁଥିବା ବେଳେ ଏହାକୁ ଅନେକ ସମସ୍ୟା ଭଗୁଛନ୍ତି ବାଟୋଇ କ୍ଷ ଖଳା ଓ ଉତ୍ପାଦିତ ଶସ୍ୟର ରକ୍ଷଣା ବେକ୍ଷଣା ଅଭାବ ଯୋଗୁଁ ରାଜରାସ୍ତା ରେ ଅମଳ କରୁଥିବା କହିଛନ୍ତି ଚାଷୀ କ୍ଷ

ତେେବେ ଚାଷୀଙ୍କ ସମସ୍ୟା ସମାଧାନ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେଇଥିବା ପ୍ରତିଶୃତି କେବେ କାର‌୍ୟ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *