ଏହି କାରଣରୁ ବଢୁଛି ହାର୍ଟ ଆଟାକ୍‌

 ଏହି କାରଣରୁ ବଢୁଛି ହାର୍ଟ ଆଟାକ୍‌

ଆମ ସମସ୍ତଙ୍କୁ କରୋନା ମହାମାରୀ ବହୁତ କିଛି ଶିକ୍ଷା ଦେଇଛି। ଯାହା ଦ୍ୱାରା ଲୋକମାନେ ଏକାକୀ ରହିବାରେ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଅନେକ ଲୋକଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଏକୁଟିଆପଣ ଯୋଗୁ ଲୋକଙ୍କଠାରେ ହାର୍ଟ ଆଟାକ୍ ସମସ୍ୟା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଜେଏସିସିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏକୁଟିଆପଣ ଏବଂ ସାମାଜିକ ବିଚ୍ଛିନ୍ନତା ଉଭୟ ହାର୍ଟ ଆଟାକ୍ ସମସ୍ୟା ସହିତ ଜଡିତ।

ତବେେ ଏକ ରିପୋର୍ଟରେ ଏକୁଟିଆପଣକୁ ଏକ ଯନ୍ତ୍ରଣାଦାୟକ ଅନୁଭବ ବୋଲି ବର୍ଣ୍ଣନା କରାଯାଇଛି। ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ ବ୍ରିଟେନର ବାୟୋବ୍ୟାଙ୍କ ଅଧ୍ୟୟନର ତଥ୍ୟକୁ ଦେଖିଥିଲେ, ଯାହାକି ୧୨ ବର୍ଷରୁ ଅଧିକ ଜନସଂଖ୍ୟାଙ୍କ ସ୍ବାସ୍ଥ୍ୟ ଫଳାଫଳକୁ ଅନୁସରଣ କରିଥିଲା । ତେବେ ଚାଇନାର ଗୁଆଙ୍ଗଝୋ ମେଡିକାଲ ୟୁନିଭରସିଟିର ଗବେଷକ ଜିହୁଇ ଝାଙ୍ଗ କହିଛନ୍ତି ଯେ, ଉଭୟ ସାମାଜିକ ବିଚ୍ଛିନ୍ନତା

ଏକୁଟିଆପଣ ଯୋଗୁ ହାର୍ଟ ଆଟାକ୍ରେ ଡାକ୍ତରଖାନାରେ ଭର୍ତ୍ତି କିମ୍ବା ମୃତ୍ୟୁ ହେବାର ଆଶଙ୍କା ୧୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆଉ ସବୁଠୁ ବଡ଼ କଥା ହେଉଛି ପୁରୁଷମାନଙ୍କ ଉପରେ ଏକୁଟିଆପଣର ପ୍ରଭାବ ଅଧିକ ଅନୁଭୁତ ହୋଇଥାଏ। ତେଣୁ ସେମାନେ ତମାଖୁ ଏବଂ ସିଗାରେଟ ବ୍ୟବହାର କରିଥାନ୍ତି।

author

Related Articles

Leave a Reply

Your email address will not be published. Required fields are marked *