ବଢିବାରେ ଲାଗିଛି ମୃତୁ୍ୟ ସଂଖ୍ୟା

ବଢିବାରେ ଲାଗିଛି ମୃତୁ୍ୟ ସଂଖ୍ୟା

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂକମ୍ପ ପରେ ହାହାକାର ପରିସ୍ଥିତି ଲାଗି ରହିଛି। ଧ୍ୱଂସାବଶେଷ ତଳୁ ମୃତାହତଙ୍କୁ ଏବେବି ଉଦ୍ଧାର କରାଯାଉଛି । ଅନେକ ଅଟ୍ଟାଳିକା ତଳେ ଏବେ ମଧ୍ୟ ଦବି ରହିଛନ୍ତି ହଜାର ହଜାର ଲୋକେ। ସେପଟେ ବଢିଚାଲିଛି ମୃତୁ୍ୟ ଓ ଆହତଙ୍କ ସଂଖ୍ୟା। ଏଯାଏଁ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡିଛି। ସେପଟେ ଆହତଙ୍କ ସଂଖ୍ୟା ୮୦ ହଜାର ପାର୍ ହୋଇ ସାରିଛି। ମୃତାହତଙ୍କ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

କେବଳ ଏତିକି ନୁହେଁ ଏହାମଧ୍ୟରେ ତୁର୍କୀର ଭିନ୍ନ ଭିନ୍ନ ସହରରେ ବାରମ୍ବାର ଭୂକମ୍ପ ଝଟକା ଅନୁଭବ କରାଯାଉଛି। ୟୁଏସଜିଏସ ରିପୋର୍ଟ ଅନୁଯାୟୀ, ରାତି ୧୨ଟା ପରେ ସକାଳ ସାତଟା ୧୪ ମିନିଟ୍ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୪.୪ ରୁ ୪.୫ ରେକର୍ଡ କରାଯାଇଛି।

ସେପଟେ ଭାରତ ତୁର୍କୀରେ ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ‘ଅପରେଶନ ଦୋସ୍ତ’ ଜାରି ରଖିବା ସହ ସାହାଯ୍ୟର ହାତ ବଢାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *