ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ

ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ

ବୁ୍ୟରୋ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ଭାରତରେ ଏହାର ପ୍ରିମିୟମ ସବସ୍କ୍ରିପଶନ ସେବା ଟୁଇଟର ବ୍ଲୁ ଲଞ୍ଚ କରିଛି। ବ୍ଲୁ ଟିକ ପାଇବାକୁ ଏବଂ ପ୍ରିମିୟମ ସବସ୍କ୍ରିପଶନ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ଦେବାକୁ ପଡିବ ୯୦୦ ଟଙ୍କା ।

ଏଥି ସହିତ କମ୍ପାନୀ ସର୍ବନିମ୍ନ ମୂଲ୍ୟର ପ୍ରିମିୟମ ସବସ୍କ୍ରିପଶନ ଯୋଜନା ୬୫୦ ଟଙ୍କା ଘୋଷଣା କରିଛି। ଏହି ଯୋଜନା ୱେବ ବ୍ୟବହାରକାରୀଙ୍କ ପାଇଁ ଘୋଷଣା କରାଯାଇଛି। କମ୍ପାନୀ ଗତ ବର୍ଷ ଟୁଇଟର ବ୍ଲୁକୁ ଏକ ନୂଆ ଫର୍ମରେ ପ୍ରକାଶ କରିଥିଲା। ଏହା ପୂର୍ବରୁ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜାପାନ ସମେତ କେତେକ ଦେଶରେ ଏହା ଲଞ୍ଚ କରାଯାଇଥିଲା।

ତେବେ ଟୁଇଟର କ୍ମାନୀର ମାଲିକ ଏଲନ ମସ୍କ କମ୍ପାନୀ କିଣିବାର କିଛି ଦିନ ପରେ ପେଡ୍ ସବସ୍କ୍ରିପଶନ ସେବା ଆଣିବାକୁ ଘୋଷଣା କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *