ଦର୍ଶନା ଯାରଦୋଷଙ୍କ କାକଟପୁର ଗସ୍ତ

ଦର୍ଶନା ଯାରଦୋଷଙ୍କ କାକଟପୁର ଗସ୍ତ

କାକଟପୁର : ପୁରୀ ଜିଲ୍ଲା କାକଟପୁର ଗସ୍ତ କରିଛନ୍ତି କେନ୍ଦ୍ର ରାଷ୍ଟ୍ରୀୟ ରେଳ ମନ୍ତ୍ରୀ ଦର୍ଶନା ଯାରଦୋଷ  । ମା ମଙ୍ଗଳା ମନ୍ଦିର ପରିଦର୍ଶନ କରିବା ପାଇଁ ମନ୍ଦିରର ସେବାୟତ ମାନେ ଉପଢୌକନ ଦେଇ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ  ।

ମା ଙ୍କୁ ଦର୍ଶନ ସାରି ମନ୍ଦିର ବେଢା ବୁଲିବା ସହିତ ନିକଟସ୍ଥ ମୋତି କଲ୍ୟାଣ ମଣ୍ଡପରେ ହସ୍ତଶିଳ୍ପ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଦର୍ଶନା ଯାରଦୋଷ ।  ତାଙ୍କ ଗସ୍ତକୁ ନେଇ ମନ୍ଦିର ପ୍ରଶାସନ, କାକଟପୁର ତହସିଲଦାର, ବିଡ଼ିଓ ଓ କାକଟପୁର ଥାନା ଆଇ ଆଇ ସି ସ୍ୱାଗତ କରିବା ସହିତ କାକଟପୁର ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *