WFI ପାଇଁ ଗଠନ ହେଲା କାମ ଚଳା କମିଟି

WFI ପାଇଁ ଗଠନ ହେଲା କାମ ଚଳା କମିଟି

କୁସ୍ତି ମହାସଂଘ ପାଇଁ ଗଠନ ହେଲା କାମ ଚଳା କମିଟି। ଭାରତୀୟ ଅଲିମ୍ପିକ ଆସୋସିଏସନ୍ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରିଛି। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠନ କରାଯାଇଛି। ଏହି ଆଡ୍ ହକ୍ କମିଟିର ଅଧ୍ୟକ୍ଷତା ଭୂପିନ୍ଦର ସିଂହ ବାଜଓ୍ୱା କରିବେ। ଏହାର ସଦସ୍ୟ ରୂପେ ଏମ୍.ଏମ୍ ସୌମ୍ୟା ଓ ମଞ୍ଜଷା କନଓ୍ୱର ରହିବେ। ଏହି ଆଡ ହକ୍ କମିଟି ଗଠନ ହେବା ପରେ କୁସ୍ତି ମହାସଂଘର ନିଲମ୍ବନ ଦୀର୍ଘ ସମୟ ଧରି ଜାରି ରହିବ ବୋଲି ବିଶ୍ୱାସ କରାଯାଉଛି। ଭୂପିନ୍ଦର ସିଂହ ବାଜଓ୍ୱା ବୁଶୁ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଥିଲେ। ତେଣୁ ତାଙ୍କର ଖେଳ ସଙ୍ଗଠନ ଚଳାଇବା ଦକ୍ଷତା ରହିଛି।

author

Related Articles

Leave a Reply

Your email address will not be published. Required fields are marked *