ଡ୍ରେନ କଭରରେ ଫସିଲେ ମହିଳା

ଡ୍ରେନ କଭରରେ ଫସିଲେ ମହିଳା

ଭଞ୍ଜନଗର : ଡ୍ରେନ୍ କଭରରେ ଫସିଲେ ମହିଳା  । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ପରିସରରେ  । ଡ୍ରେନ କଭରରେ ଜଣେ ମହିଳା ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ବସଷ୍ଟାଣ୍ଡକୁ କୌଣସି କାମରେ ଆସିଥିବା ବେଳେ ରାସ୍ତା ଉପରେ ଥିବା ଏକ ଡ୍ରେନ୍ କଭର ଭିତରେ ତାଙ୍କର ଗୋଡ଼ ଖସି ଯାଇଥିଲା।

ବହୁ ଚେଷ୍ଟା କରିବା ସତ୍ତ୍ବେ କଭର ଭିତରୁ ଗୋଡ଼କୁ ବାହାର କରି ପାରିନଥିଲେ ମହିଳା। ଫଳରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ କଟର ମେସିନ ସାହାଯ୍ୟରେ ଲୁହାରଡକୁ କଟାଯିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ପ୍ରତିଦିନ ଶତାଧିକ ଲୋକ ବସଷ୍ଟାଣ୍ଡକୁ ଆସୁଥିବାରୁ ପ୍ରଶାସନ ପକ୍ଷରୁ ପ୍ଳେଟ୍ ଗୁଡିକୁ ମରାମତି କରିବା ପାଇଁ ଦାବି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *