କାଚ ପରି ସଫା ଏହି ନଦୀର ପାଣି

କାଚ ପରି ସଫା ଏହି ନଦୀର ପାଣି

ନୂଆ ଦିଲ୍ଲୀ : ଆପଣମାନେ ଜାଣିଥିବେ ଭାରତ ଏକ ବଡ଼ ପର୍ଯ୍ୟଟନ ଦେଶ ।ସେଥିପାଇଁ ଦେଶର ରାଜ୍ୟ ଗୁଡ଼ିକରେ ଅନେକ ପର‌୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। କେବଳ ଏତିକି ନୁହେଁ ଯେଉଁଠାରେ ଗୋଟିଏ ପଟେ ପର‌୍ୟ୍ୟଟନ ଏବଂ ବିକାଶ ଦେଶକୁ ଆଗକୁ ନେଉଛି। ଏଥି ସହିତ ପ୍ରଦୂଷଣ ବୃଦ୍ଧି ଯୋଗୁ ଦେଖିବାକୁ ଗଲେ ଦେଶର ଅନେକ ସ୍ଥାନରେ ଏମିତି ନଦୀ ଅଛି ଯେଉଁ ପ୍ରବାହିତ ନଦୀର ଜଳ ଏତେ ପ୍ରଦୂଷିତ ହୋଇଛି ଯେ, ଏହାକୁ ପିଇବା ଦ୍ୱାରା ଲୋକେ ଗୁରୁତର ଅସୁସ୍ଥ ହୋଇପାରନ୍ତି। ହେଲେ ଆପଣମାନେ କେବେ ଶୁଣିଛନ୍ତି କି ଏମିତି ନଦୀ ଅଛି ଯେଉଁ ନଦୀର ଜଳ କାଚ ପରି ସ୍ୱଚ୍ଛ । ଏହା ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଛି ନା ହେଲେ ଏହା ସତ । ତେବେ ଆସନ୍ତୁ ଜାଣିବା ଏହି ନଦୀ ବିଷୟରେ ।

ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ପ୍ରବାହିତ ହେଉଛି ଏପରି ନଦୀ, ଯାହାକୁ ଦେଖିବା ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର‌୍ୟ୍ୟଟକ ଏଠାକୁ ଆସିଥାନ୍ତି। ଆମେ କହୁଛୁ ଉମନଗୋତ ନଦୀ କଥା, ଯାହାକୁ ଡୋକୀ ନଦୀ ମଧ୍ୟ କୁହାଯାଏ। ଏହି ନଦୀ ଉପରେ ଡଙ୍ଗା ଚାଲୁଥିବା ଦେଖି ଏହା ଅନୁଭବ ହୁଏ ଯେ ଡଙ୍ଗାଟି କିଛି ଗ୍ଲାସ ଉପରେ ଚାଲୁଛି। କାଚ ପରି ନଦୀର ସ୍ବଚ୍ଛତା ହେତୁ ନଦୀ ଭିତରେ ପଡ଼ିଥିବା ପଥର ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ତେବେ ଏହି ଭିଡ଼ିଓଟି ନିକଟରେ ଗୋ ଅରୁଣାଚଳ ପ୍ରଦେଶ ନାମକ ଏକ ଟୁଇଟର ଆକାଉଣ୍ଟରେ ପୋଷ୍ଟ ହୋଇଛି । ଆଉ ଯାହା ଏବେ ସସେିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *