YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ

YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ

YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ, ଆଠ ଦିନ ତଳେ ଦଳରେ ଯୋଗ ଦେଇଥିଲେ । ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାଇଡୁ। YSR କଂଗ୍ରେସରେ ଯୋଗ ଦେବାର ମାତ୍ର ଆଠ ଦିନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଇଡୁ। କ୍ରିକେଟରୁ ରାଜନେତା ପାଲଟିଥିବା ରାଇଡୁ YSR କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ସେ ଏନେଇ ଏକ୍ସ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ YSRCP ଛାଡିବାକୁ ନିଷ୍ପତ୍ତି ନେଇଛି ଏବଂ ଅଳ୍ପ ସମୟ ରାଜନୀତିରେ ଯୋଗଦେବା ପରେ ଏଥିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ସମୟ ଆସିଲେ ମୋର ପରବର୍ତ୍ତୀ ପଦକ୍ଷେପ ବାବଦରେ ଜଣାଇବି।”

author

Related Articles

Leave a Reply

Your email address will not be published. Required fields are marked *